ଜୟ ଯବାନ - ଚିତରଞ୍ଜନ ବେହେରା


ଯେଉଁ ବୀର ମାନେ ଉଜାଗର ରହି 
ସୁରକ୍ଷା ଦିଅନ୍ତି ଆମକୁ, 
ଅଗଷ୍ଟ ପନ୍ଦର ରେ ଶହେ ସଲାମ୍ 
ସେହି ସୈନିକ ମାନଙ୍କୁ ।।

ଯାହାଙ୍କ ପାଇଁ ଶାନ୍ତିରେ ଟିକେ 
ମାରି ପାରୁଛୁ ନିଶ୍ଵାସ, 
ସେହି ବୀରଙ୍କୁ ଆଜିର ଦିନରେ 
କୋଟି କୋଟି ଦଣ୍ଡବତ ।।

ସ୍ତ୍ରୀ ଖୋଜୁଥାଏ ସୈନିକ ସ୍ବାମୀକୁ ପୁଅ 
ଖୋଜେ ନିଜ ବାପାଙ୍କୁ, 
ମୋହ ମାୟା ଛାଡି ସୁରକ୍ଷା ଦିଅନ୍ତି 
ଏଇ ଆମ ଭାରତ ଦେଶକୁ ।।

ଶତ୍ରୁ ର ଗୁଳି କୁ ଡରନ୍ତି ନାହିଁ 
ମୃତ୍ୟୁକୁ ନାହିଁ ଭୟ, 
ମନରେ ଭାବନ୍ତି କେମିତି ମୋ ଦେଶକୁ 
ଶତ୍ରୁ ଠାରୁ କରିବି ଜୟ ।।

ଜଳ ସ୍ଥଳ ଆକାଶେ ପ୍ରହରା ଦିଅନ୍ତି
କାଶ୍ମୀର ଠାରୁ କନ୍ୟା କୁମାରୀ , 
ଶତ୍ରୁ ଆଗରେ ଲଢେଇ କରନ୍ତି 
ବଣର ସିଂହ ପରି ।।

ଶୀତ ଖରା ବର୍ଷା ସବୁ କିଛି ସହି 
 ବସି ଥାଆନ୍ତି ସୀମାରେ, 
ମୋ ଦେଶ କେମିତି ସୁରକ୍ଷା ରହିବ 
ଭାବନ୍ତି  ଖାଲି ମନରେ ।।

ଆମ ମୁହେଁ ଟିକେ ହସ ଦେବା ପାଇଁ 
ବାଜି ଲଗାନ୍ତି ଜୀବନକୁ, 
ଭାରତୀୟ ବୋଲି ଛାତି ଫୁଲେଇ 
ସଲାମ୍ କରିବା ସେ ବୀରଙ୍କୁ ।।


ଚିତରଞ୍ଜନ ବେହେରା
ମାଝିସାହି,ବଘିଆପଡା,ଜିଲ୍ଲା:-ବୋୖଦ୍
Mobile:-9438710387

Post a Comment

0 Comments